@RFInformationServices
ଚାଷୀଙ୍କ ଉଦ୍ଭାବନ: ହସ୍ତଚାଳିତ ଧାନରୁଆ ଯନ୍ତ୍ର | Manual Rice Transplanter for Paddy Crop
ଅଯଥା ବ୍ୟୟ ଓ ସମୟ ରୁ ମୁକ୍ତି ପାଇବା ପାଇଁ କୋରାପୁଟ ଜିଲ୍ଲାର ସଦାଶିବ ମାଝୀ ଏକ ହସ୍ତ ଚାଳିତ ଧାନ ରୁଆ ଯନ୍ତ୍ର ତିଆରି କରିଛନ୍ତି । କେବଳ ଜଣେ ଲୋକ ଟାଣିବା ଦ୍ଵାରା ଜମିରେ ଧାନ ରୋଇ ହୁଏ । ଧାନ ଗଛ ଗୁଡିକର ଧାଡ଼ିକୁ ଧାଡ଼ି ଏବଂ ଗଛ କୁ ଗଛ ମଧ୍ୟରେ ଦୂରତା ସଠିକ ରହି ପାରୁଛି । ଏହି ଯନ୍ତ୍ର ସାହାଯ୍ୟରେ ଜଣେ ଲୋକ ୪ ଘଣ୍ଟା ମଧ୍ୟରେ ୧.୫ ଏକର ଜମିରେ ଧାନ ରୋଇ ପାରିବ । ଏହି ଏକ ଷ୍ଟିଲ ହ୍ୟାଣ୍ଡେଲ ଓ ଦୁଇଟି ଚକ ଲାଗିଛି । ଯାହା ଦ୍ଵାରା ଏହି ଯନ୍ତ୍ରକୁ ଟାଣିବା ସହଜ ହୋଇଥାଏ । ଏହି ଚକ ଏକ ଟ୍ୟୁବଲେସ ଟାୟାର ଅଟେ । ଏବଂ ଏହା ପାଖରେ ଏକ କେଜ ହୁଇଲ ଅଛି । ଯଦି ବିଲକୁ ଯିବାର ଥାଏ ତେବେ ଏଥିରେ ଲାଗିଥିବା ୩ ଟି ବୋଲ୍ଟ କୁ ଖୋଲି ଦେଲେ କେଜ ହୁଇଲ ଟି ବାହାରି ଯାଇଥାଏ । ଯାହାଫଳରେ ଏହି ଯନ୍ତ୍ରକୁ ପଛପଟରୁ ଟାଣି ନେଇ ହୁଏ । କାନ୍ଧରେ ବୋହି ନେବାର ଆବଶ୍ୟକ ପଡିନଥାଏ । ଜମିରେ ବ୍ୟବହାର କରିବା ସମୟରେ ୩ ଟି ବୋଲ୍ଟ କୁ ଲଗାଇ ଦେଲେ କେଜହୁଇଲଟି ଲାଗିଯାଏ ଓ ଯନ୍ତ୍ରଟି କାର୍ଯ୍ୟକ୍ଷମ ହୋଇଯାଏ । ଏଥିରେ ଏକ ଗିୟରବକ୍ସ ଅଛି । ଗଛ କୁ ଗଛ ବ୍ୟବଧାନ ରକ୍ଷା କରିବା ପାଇଁ ଏହା କାମ କରେ । ଏଥିରେ ଥିବା ଫିଙ୍ଗର ସାହାଯ୍ୟରେ ଗଛ ବ୍ୟବଧାନ ଠିକ ରଖି ହୁଏ । ଏହା ଦ୍ଵାରା ଶ୍ରୀ ପଦ୍ଧତିରେ ମଧ୍ୟ ୧୦ ଇଞ୍ଚ ବ୍ୟବଧାନରେ ଧାନ ରୋଇ ହୁଏ । ଏହା ପାଇଁ କୌଣସି ସ୍ଵତନ୍ତ୍ର ତଳି ବେଡ ପକାଇବା ଆବଶ୍ୟକ ହୋଇ ନଥାଏ । ତଳିଟି ୧୫ ରୁ ୧୮ ଦିନ ଏବଂ ୬ ରୁ ୭ ଇଞ୍ଚ ମଧ୍ୟରେ ହୋଇଥିଲେ ଏହି ଯନ୍ତ୍ରରେ ରୋଇ ହେବ । ତଳିକୁ ସଙ୍ଗେ ସଙ୍ଗେ ଓପାଡି ରୋଇବା ଦ୍ଵାରା ଭଲ ରୋଇ ହୋଇଥାଏ । ଏହି ଯନ୍ତ୍ରର ଅନେକ ଯନ୍ତ୍ରାଂଶ ସାଇକେଲର ଅଟେ । ଯାହାଫଳରେ ଜଣେ ଚାଷୀ ସହଜରେ ଯନ୍ତ୍ରାଂଶ ପାଇ ପାରିବା ବେଳେ ଆବଶ୍ୟକ ସ୍ଥଳେ ନିଜେ ଘରେ ମଧ୍ୟ ମରାମତି କରି ପାରିବ । ( ସୂଚନାର ଉତ୍ସ : ସଦାଶିବ ମାଝି, ଉଦ୍ଭାବକ ଚାଷୀ, ଜୟପୁର, କୋରାପୁଟ ) । ଅଧିକ ସୂଚନା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଟୋଲ-ଫ୍ରି ହେଲ୍ପଲାଇନ ନମ୍ବର 1800-419-8800 ରେ ମାଗଣାରେ ଯୋଗାଯୋଗ କରନ୍ତୁ ।
Негізгі бет ଚାଷୀଙ୍କ ଉଦ୍ଭାବନ: ହସ୍ତଚାଳିତ ଧାନରୁଆ ଯନ୍ତ୍ର | Manual Rice Transplanter for Paddy Crop
Пікірлер: 274