ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡା ବଜାର ରେ ଚୋରି କରୁଥିବା ବେଳେ ଦୁଇ ଜଣ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର ଘଟଣା ରେ ପୋଲିସ ଗାଡିରେ ରହି ଚୋର ର ସାମ୍ବାଦିକ ଓ ସ୍ଥାନୀୟ ଲୋକଙ୍କୁ ଧମକ ଘଟଣା ରେ ରାସ୍ତା ରୋକ। ସୂଚନା ଅନୁସାରେ ଦରଡା ବଜାରର ୪ଟି ଦୋକାନରୁ ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇଜଣ ଚୋରକୁ କାବୁ କରି ପୋଲିସ କୁ ଖବର ଦେଇଥିଲେ,ପୋଲିସ ଆଜି ସକାଳେ ଆସି ଚୋର ମାନଙ୍କୁ ନିଜ ହେପାଜତକୁ ନେଉଥିବା ବେଳେ ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକ ଙ୍କୁ ଚୋରର ହତ୍ୟା ଧମକ,ଏହାର ପ୍ରତିବାଦରେ ବସ୍ତା ବାଲିଆପାଳ ରାସ୍ତା ର ଦରଡା ଛକରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ । ତେବେ ଦରଡା ଛକରେ ବାରମ୍ବାର ଗାଡ଼ି , ମୋବାଇଲ ଫୋନ ସହ ଛିନ୍ତାଇ ବଢିବଢି ଚାଲିଥିବା ବେଳେ ପୋଲିସ ର ନିଷ୍କ୍ରିୟତା ନେଇ ଉତ୍ୟକ୍ତ ହୋଇଉଠିଛନ୍ତି ସ୍ଥାନୀୟ ଲୋକେ। ଟାୟାର ଜାଳି ରାସ୍ତାରୋକ କରିବା ସହିତ ସ୍ଥାନୀୟ ଅଞ୍ଚଳ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି।
- Күн бұрын
ଚୋରି କରୁଥିବା ବେଳେ ଦୁଇ ଜଣ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର(ବସ୍ତା )
- Рет қаралды 585
Пікірлер