@Ommtvindia ନଜାୱାନ ମିଲତ କମିଟି ଖଟବିନ ସାହି ତରଫରୁ ଇଦ ମିଳଦୁନ ନବୀ ପାଳିତ
କଟକରେ ଆଜି ଥିଲା ମୁସଲମାନ ଧର୍ମ ପ୍ରଚାରକ, ମହାପୁରୁଷ ତଥା ପେଗମ୍ବର ମହମ୍ମଦ ସାଲାଲାହୁଅଲେଇହିଓସଲମଙ୍କ ପବିତ୍ର ଜନ୍ମଦିନ | ଏହି ଉପଲକ୍ଷେ କଟକ ସହର ଉତ୍ସବ ମୁଖରିତ ହୋଇ ଉଠିଥିଲା | କଟକର ସମସ୍ତ ସାହି ର ଶହଶହ ଲୋକ ମକ୍କା ମଦୀନା ଓ ମୁସଲମାନ ସମ୍ପ୍ରଦାୟ ର ବିଭିନ୍ନ ମଡେଲ ତିଆରି କରି ଏହାକୁ ନେଇ ଶୋଭାଯାତ୍ରା ରେ ବାହାରି କଟକ ସହର ସାରା ବୁଲି ବା ସହ ମହାପୁରୁଷ ମହମ୍ମଦ ଙ୍କ ଶାନ୍ତି ମୈତ୍ରୀ ଓ ଭାଇଚାରା ର ବାର୍ତ୍ତା ବାଣ୍ଟିଥିଲେ | ଏହି ଉପଲକ୍ଷେ କଟକ ସହରର ସର୍ବ ପୁରାତନ କ୍ଲବ ନଜୱାନ ମିଲତ କମିଟି ତରଫରୁ ଏକ ଶୋଭାଯାତ୍ରା କଟକ ଖଟବିନ ସାହି ସେକ ବଜାର ବାରି ଲେନ ରୁ ବାହାରି ପ୍ରଥମେ ଖଟବିନ ସାହି ପରିକ୍ରମା କରିବା ପରେ କଟକ ଶେଖ ବଜାର ରେ ପହଁଞ୍ଚି ଥିଲା | ଏଠାରେ ଭାଇଚାରା ର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା | ଶେଖବଜାର ପୂଜା କମିଟି ତରଫରୁ ଏହାର ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଏହି ଶୋଭାଯାତ୍ରା କୁ ସ୍ୱାଗତ କରିବା ସହ ସେମାନଙ୍କୁ ଶେଖବଜାର ପୂଜାମଣ୍ଡପ ଠାରେ ସମ୍ବର୍ଦ୍ଧନା କରିଥିଲେ ଠିକ ସେହିପରି ଖଟବିନ ସାହି ନଜୱାନ ମିଲତ କମିଟି ତରଫରୁ ସମସ୍ତଙ୍କୁ ପଗଡି ପିନ୍ଧା ଯାଇଥିଲା ଓ ସମସ୍ତେ ମିଶି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ | ଏହି ଶୋଭାଯାତ୍ରା ବକ୍ସିବଜାର ଦେଇ ମସ୍ତାନ ଦର୍ଘ|ରେ ପହଂଚିବା ପରେ ସେଠାରୁ ସମସ୍ତ ଶୋଭାଯାତ୍ରା ସହ ମିଶି କଦମ ରସୁଲ ରେ ପହଁଞ୍ଚିଥିଲା | ଏହା ପରେ ଖଟବିନ ସାହି ଫେରିଯାଇଥିଲେ | ଆଜିର ଏହି କାର୍ଯ୍ୟକ୍ରମ ରେ ନଜୱାନ ମିଲତ କମିଟିର ସମ୍ପାଦକ ସରଫରାଜ ଖାନ, ସଭାପତି ସେକ ତନବୀର ହୋସେନ,ଯୁଗ୍ମ ସମ୍ପାଦକ ଅବଦୁଲ ଅବରାର,ଉପ ସଭାପତି ସେକ ଦାଉଦ,ସେକ ଯୁସୁଫ, କରିମ ଖାନ ମହମ୍ମଦ ନିସାର, ଅବଦୁଲ କୟୁମ, ମହମ୍ମଦ ସମିମ, ସେକ ରିୟାଜୁଲ ହକ,ସର୍ଦାର ଖାନ ମସଜିଦ ର ମଜ୍ଜନ ଓ ଇମାମ, କମିଟି ର ସମସ୍ତ ସଭ୍ୟ, ଗ୍ରାମବାସୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |Najawan Milat Committee on behalf of Khatbin Sahi Eid Miladun Nabi Paulut
Today in Cuttack was the holy birthday of Muslim preacher, great man and prophet Muhammad sallallahu alaihi wasallam.
On this occasion, the city of Cuttack erupted in celebration
Hundreds of people from all the Sahis of Cuttack made different models of Makkah Madina and the Muslim community and took them in a procession and went around the city of Cuttack sharing the message of peace, friendship and brotherhood of Mahapru Muhammad.
On this occasion, a procession from Cuttack's oldest club, Najwan Milat Committee, left Cuttack's Khatbin Sahi Sheikh Bazar Bari Lane and reached Sheikh Bazar Cuttack after first circumambulating Khatbin Sahi.
A unique scene of brotherhood was seen here
On behalf of Sheikh Bazar Pooja Committee, its president and other workers welcomed the procession and honored them at Sheikh Bazar Pujamandap, while on behalf of Khatbin Sahi Najwan Milat Committee, all were donned with turbans and joined together in the procession.
After reaching Mastan Dargah through Buxibazar, the procession reached Kadam Rasool along with all the processions.
After that, Khatbin Sahi went back
In today's program, Najwan Milat Committee Editor Sarfaraz Khan, President Sec Tanbir Hossain, Joint Editor Abdul Abrar, Vice President Sec David, #Ommtv #Ommtvodisha #Ommtvindia #Viralvideo #Cuttacknews #id
OmmTV channel is a digital channel. Which is available exclusively on digital social media platforms including OmmTV Portal, Omm TV, Omm Radio and E-Paper. It is a digital media house. It is affiliated with New Bhubaneswar Press Club along with Ommtv Media Private Limited Company. its entertainment programs are managed by Kalinga Cine Arts Foundation. this media house is a registered organization of the state, it has representatives in every district and block. However, it promotes the Art of Giving while serving only positive news. With the blessings and inspiration of educationist and social worker Achyuta Samanta, this organization has been and will continue to serve people from all walks of life in the state and outside the state through media. Since its founder Bidyadhar Barik (Madhu) is a renowned motivational speaker and journalist, he has been managing it himself since 2020.
ଓମଟିଭି ଚ୍ୟାନେଲ୍ ଏକ ଡ଼ିଜିଟାଲ ଚ୍ୟାନେଲ ଅଟେ । ଯାହା କେବଳ ଡ଼ିଜିଟାଲ ସୋସିଆଲ ମିଡ଼ିଆର ଓମଟିଭି ପୋଟାଲ , ଓମ ଟିଭି , ଓମ ରେଡ଼ିଓ ଏବଂ ଇ ପେପର ସହିତ ସ୍ବତନ୍ତ୍ର ଆପରେ ଉପଲବ୍ଧ ଅଟେ। ଏହା ଏକ ଡ଼ିଜିଟାଲ ମିଡ଼ିଆ ହାଉସ୍ ଅଟେ। ଓମଟିଭି ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ସହିତ ଏହା ନିଉ ଭୁବନେଶ୍ବର ପ୍ରେସ୍ କ୍ଲବ୍ ସହିତ ଅନୁବନ୍ଧିତ ହୋଇଛି। ଏହାର ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍ ଦ୍ବାରା ପରିଚାଳିତ ଅଟେ। ଏହି ମିଡ଼ିଆ ହାଉସ୍ ରାଜ୍ୟର ଏକ ପଞ୍ଜିକରଣ ସଂସ୍ଥା ହୋଇଥିବାରୁ ଏହାର ପ୍ରତିନିଧିମାନେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକରେ ଅଛନ୍ତି। ତେବେ କେବଳ ସକରାତ୍ମ ସମ୍ବାଦ ଏଥିରେ ପ୍ରସାରଣ କରାଯିବା ସହିତ ଲୋକଙ୍କ ସେବା ଆର୍ଟ ଅଫ୍ ଗିଭିଂ କୁ ଏହା ପ୍ରମୋଟ କରିଥାଏ। ଶିକ୍ଷାବିତ ତଥା ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଆର୍ଶୀବାଦ ଓ ପ୍ରେରଣାରେ ଏହି ସଂସ୍ଥା ରାଜ୍ୟ ତଥା ରାଜ୍ୟ ବାହାରେ ସମସ୍ତ ବର୍ଗର ଲୋକଙ୍କ ସେବା ଗଣମାଧ୍ୟମ ଦ୍ବାରା କରିଆସୁଛି ଏବଂ ଆସୁଥିବ। ଏହାର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ( ମଧୁ ) ଜଣେ ପ୍ରତିଷ୍ଠିତ ମୋଟିଭେସନାଲ ସ୍ପିକର ଓ ସାମ୍ବାଦିକ ହୋଇଥିବାରୁ ଏହାକୁ ସେ ୨୦୨୦ ମସିହାରୁ ନିଜେ ପରିଚାଳନା କରି ଆସୁଛନ୍ତି।
Негізгі бет @Ommtvindia
Пікірлер