The full lyrics of this prayer in Odia is as follows:
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି! |୧|
ଜଳ ସ୍ଥଳ ବନ ଗିରି ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ। |୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ତୁମେ ଶୁଭ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟ ପରା ଦେଖାଅ |୩|
ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ |୪|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ତୁମ ଚରଣରେ ମୋର ଭକତି, ଦିଅ ବିପଦେ ସାହସ ଶକତି |୫|
କୂଟ କପଟ ସ୍ୱଭାବ ଯାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର |୬|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ମୋତେ ନ ମିଶାଅ ତାଙ୍କ ସାଥିରେ, ସଦା ରଖ ସାଧୁଜନ କତିରେ |୭|
ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନଦିଏ କଷଣ |୮|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ଦୁଃଖୀ ଅରକ୍ଷିତ ସେବା କାରଣେ, ବଳ ଦିଅ ମୋର କର ଚରଣେ |୯|
ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି |୧୦|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି!
ମୋତେ ଏତିକି ଶିଖାଅ ସାଇଁ ହେ, ମୋର ଧନଜନ ଲୋଡ଼ା ନାହିଁ ହେ |୧୧|
ତୁମେ ସବୁଠାରୁ ବଡ଼ ଠାକୁର, ସଦା ରହିବି ମୁଁ ତୁମ ପୟର |୧୨|
ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି |
ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Rhythm Stories" KZitem Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
Негізгі бет Ahe Daya Maya Biswa Bihari | Odia Prathana
Пікірлер